ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କ ମଧ୍ୟରୁ ୩ ଜଣ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁର ଓ ଅନ୍ୟ ୩ ଜଣ ପଙ୍କଳ ସାହିର। ବାରହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି। ଗତ ଶୁକ୍ରବାର ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାରହା ଧରିବା ପାଇଁ ବସା ଯାଇଥିଲା ଫାଶ। ଆଉ ସେହି ଫାଶରେ ଫସି ଯାଇଥିଲା କଲରାପତରିଆ ବାଘଟି। ଫାଶରେ ପଡ଼ିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଫାଶରୁ ବାଘକୁ ଉଦ୍ଧାର କରି କିରି ଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ତା’ର ମୃତ୍ୟୁ ଘଟିଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0