spot_img

ଫରେଷ୍ଟ ରେଞ୍ଜର ବିଦ୍ୟା ବାଲାନ୍‌

ମୁମ୍ବାଇ: ପୁଣି ନୂଆ ରୂପରେ ନଜର ଆସିବେ ଚୁଲବୁଲି ବିଦ୍ୟା ବାଲାନ । ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରକୁ ନେଇ ପରୀକ୍ଷା କରି ଆସିଥିବା ବିଦ୍ୟା ଏଥର ଫରେଷ୍ଟ ରେଞ୍ଜର ଭୂମିକାରେ ନଜର ଆସିବେ । ତାଙ୍କର ନୂଆ ଫିଲ୍ମର ନାଁ ‘ଶେର୍‌ନି’ । ଫିଲ୍ମ ସମ୍ପର୍କରେ ସେ କରୋନା ପାଇଁ ଅଟକିଥିବା ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ । ମଧ୍ୟପ୍ରଦେଶ ଜଙ୍ଗଲରେ ଫିଲ୍ମର ବାକି ସୁଟିଂ ହେବା ନେଇ ନିର୍ମାତା ବିକ୍ରମ ମାଲହୋତ୍ରା ସୂଚନା ଦେଇଛନ୍ତି । ଫିଲ୍ମର ପ୍ରଡ୍ୟୁସର ଅଛନ୍ତି ଭୂଷଣ କୁମାର । ଫିଲ୍ମର ସୁଟିଂକୁ ନେଇ ବିଦ୍ୟା ବେଶ୍ ଉତ୍ସାହିତ ଅଛନ୍ତି । ‘ଶକୁନ୍ତଳା ଦେବୀ’ରେ ବିଦ୍ୟାଙ୍କ ଅଭିନୟ ବେଶ୍ ଚର୍ଚ୍ଚାରେ ଅଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular