spot_img

ବଦଳିବ ରେଳ ବିଭାଗର ସ୍ୱରୂପ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଲୱେକୁ ନେଇ ଏକ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସରକାର ରେଲୱେ ବୋର୍ଡ ଓ ରେଲୱେର ୮ଟି ଭିନ୍ନ ଭିନ୍ନ ସେବାର ପୁନର୍ଗଠନ କରିଛନ୍ତି । ବର୍ତ୍ତମାନ ରେଲୱେ ବୋର୍ଡର ଚୋୟାରମ୍ୟାନ ଅଧିକାରୀ ଭାବେ ସିଇଓ ଭଳି କାମ କରିବେ । ରେଲୱେ ବୋର୍ଡ ମେମ୍ବର୍ସଙ୍କ ୩ଟି ପଦବୀ ସମାପ୍ତ କରାଯାଇଛି । ଏବେ ବୋର୍ଡ ଚେୟାରମ୍ୟାନ ତଥା ସିଇଓ ସହ ୪ ରେଲୱେ ବୋର୍ଡ ମେମ୍ବର୍ସ କାମ କରିବେ । ରେଲୱେର ୩ ସର୍ବୋଚ୍ଚ ସ୍ତର ପଦବୀ ଅର୍ଥାତ୍ ୩ ବୋର୍ଡ ମେମ୍ବର୍ସଙ୍କ ପଦବୀ ସମାପ୍ତ କରାଯାଇଛି । ଏହାସହ ୨୭ ଜେନେରାଲ ମ୍ୟାନେଜରଙ୍କ ସ୍କେଲ ବଢାଇ ବୋର୍ଡ ମେମ୍ବର୍ସଙ୍କୁ ସମକକ୍ଷ କରାଯାଇଛି ।
ଭାରତୀୟ ରେଲୱେର ଅଲଗା ଅଲଗା କାମ ପାଇଁ ଅଲଗା ଅଲଗା ବିଭାଗ ରହିଥାଏ । ପ୍ରତ୍ୟେକ ବିଭାଗ ପାଇଁ ବର୍ତ୍ତମାନ ସୁଦ୍ଧା ୮ଟି ଭିନ୍ନ ଭିନ୍ନ ପରୀକ୍ଷା ହେଉଥିଲା । ବର୍ତ୍ତମାନ ଏହି ୮ଟି ସେବା ସ୍ଥାନରେ କେବଳ ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ କାମ କରିବ । ଇଣ୍ଡିଆନ ରେଲୱେ ମେଡିକାଲ ସର୍ଭିସର ନାଁ ପରିବର୍ତ୍ତନ କରି ଇଣ୍ଡିଆନ ରେଲୱେ ହେଲଥ ସର୍ଭିସ ରଖାଯାଇଛି । ପୂର୍ବରୁ ରେଲୱେରେ ବିଭିନ୍ନ ସର୍ଭିସ ଗ୍ରୁପରୁ ଆସିଥିବା ଅଧିକାରୀଙ୍କ ମଧ୍ୟରେ ଭଲ ପୋଷ୍ଟକୁ ନେଇ ଆଇନଗତ ଓ ଆନ୍ତରିକ ଯୁଦ୍ଧ ଚାଲିଥାଏ । ବର୍ତ୍ତମାନ ରେଲୱେର ସବୁ ଗ୍ରୁପ ସର୍ଭିସକୁ ମର୍ଜ କରିବା ପରେ ଅସନ୍ତେଷ ହେବ ନାହିଁ ଏବଂ କାମ ଭଲ ହେବ । ବର୍ତ୍ତମାନ ରେଲୱେ ଅଧିକାରୀଙ୍କୁ ମିଳୁଥିବା କାମ ଏବଂ ସମ୍ବନ୍ଧିତ ପଦବୀ ସେମାନଙ୍କ ବରିଷ୍ଠତା ଓ ଗ୍ରୁପ ସର୍ଭିସ କୋଟା ଆଧାରରେ ହେବ । ସେହି ଆଧାରରେ ସେମାନଙ୍କୁ କାମ ମଧ୍ୟ ଦିଆଯିବ । ଏହାସହ ରେଲୱେର ସମସ୍ତ କାମ ପ୍ରତି ନଜର ରଖାଯାଇପାରିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular