ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୨ଶହ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୭୮କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୨ଶହ ୬୭ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୩ ୦୬ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୮୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୮୪ ଜଣ, ପୁରୀରୁ ୨୩୫ ଜଣ, ରାୟଗଡ଼ାରୁ ୧୬୯ ଜଣ, ଭଦ୍ରକରୁ ୧୩୮ ଜଣ, ମୟୂରଭଞ୍ଜରୁ ୧୩୪ ଜଣ, , ସୁନ୍ଦରଗଡ଼ରୁ ୧୨୭ ଜଣ, ବରଗଡ଼ରୁ ୧୨୦ ଜଣ, କେନ୍ଦୁଝରରୁ ୧୦୭ ଜଣ, ଗଞ୍ଜାମରୁ ୯୭ ଜଣ, ନବରଙ୍ଗପୁରରୁ ୮୫ ଜଣ, କେରାପୁଟରୁ ୮୩ ଜଣ, ସମ୍ବଲପୁରରୁ ୮୦ ଜଣ, ନୟାଗଡ଼ରୁ ୭୦ ଜଣ, ସୁବର୍ଣ୍ଣପୁରରୁ ୬୬ ଜଣ, ଜଗତସିଂହପୁରରୁ ୬୬ ଜଣ, ଅନୁଗୁଳରୁ ୬୦ ଜଣ, କେନ୍ଦ୍ରାପଡ଼ାରୁ ୫୧ ଜଣ, , ବୌଦ୍ଧରୁ ୪୪ ଜଣ, ବଲାଙ୍ଗିରରୁ ୪୩ ଜଣ, ନୂଆପଡ଼ାରୁ ୪୦ ଜଣ, ଝାରସୁଗୁଡ଼ାରୁ ୩୭ ଜଣ, କଳାହାଣ୍ଡିରୁ ୩୭ ଜଣ, କନ୍ଧମାଳରୁ ୨୭ ଜଣ, ଦେବଗଡ଼ରୁ ୨୩ ଜଣ, ଯାଜପୁରରୁ ୨୩ ଜଣ, , ଢ଼େଙ୍କାନାଳରୁ ୧୮ ଜଣ, ଗଜପତିରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୧୭ ଜଣ ଓ ବାଲେଶ୍ୱରରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0