spot_img

‘ବିଗ୍ ବସ୍-୧୪’ ରେ ପ୍ରତିଯୋଗୀଙ୍କୁ ମାନିବାକୁ ପଡ଼ିବ ଏହି ସବୁ ନିୟମ

ନୂଆଦିଲ୍ଲୀ: ଟିଭିର ସବୁଠାରୁ ପ୍ରସିଦ୍ଧ ରିୟଲିଟି ଶୋ’ ‘ବିଗ୍ ବସ୍-୧୪’ ଖୁବ୍ ଶୀଘ୍ର ଆରମ୍ଭ ହେବ । ଶୋ’ର ଗ୍ରାଣ୍ଡ ପ୍ରିମିୟର ଅକ୍ଟୋବର ୩ ତାରିଖରୁ ଆରମ୍ଭ ହେବ । ସଲମାନ୍ ଖାନ୍ ପୁଣି ଥରେ ଏହି ଶୋ’ ହୋଷ୍ଟ କରିବେ । ତେବେ ବିଗ୍ ବସ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶୋ’ ଆରମ୍ଭ ହେବା ପୂର୍ବରୁ ଶୋ’ର ନିୟମଗୁଡ଼ିକ ସାମ୍ନାକୁ ଆସିଛି । ଘରେ ରହିବାକୁ ଥିବା ପ୍ରତିଯୋଗୀଙ୍କୁ ଏହି ସମସ୍ତ ନିୟମର ପାଳନ କରିବାକୁ ହେବ । ନହେଲେ ସେମାନଙ୍କୁ ଶୋ’ ଛାଡ଼ିବାକୁ ପଡ଼ିବ ।
ବିଗ୍ ବସ୍ ହାଉସର ଏହି ନିୟମର ଖୁଲାସା ଟ୍ରେଣ୍ଡଜ୍ଞାନର ଇନଷ୍ଟାଗ୍ରାମ ଦ୍ୱାରା କରାଯାଇଛି । ଏହି ନିୟମକୁ କରୋନା ଭାଇରସକୁ ଦୃଷ୍ଟିରେ ରଖି ତିଆରି କରାଯାଇଛି । ଯେଉଁଥିରେ ପ୍ରତିଯୋଗୀମାନଙ୍କୁ ଡବଲ ବେଡ୍ ସୁବିଧା ଦିଆଯିବ ନାହିଁ । କୌଣସି ପ୍ରକାରର ଫିଜିକାଲ ଟାସ୍କ କରାଯିବ ନାହିଁ । ପ୍ରତିଯୋଗୀମାନଙ୍କର ପ୍ରତି ସପ୍ତାହରେ କରୋନା ଟେଷ୍ଟ କରାଯିବ । ଏହା ଛଡ଼ା ବିଗ୍ ବସ୍ ଗୃହରେ ମିନି ଥିଏଟର, ମଲ, ରେଷ୍ଟୁରାଣ୍ଟ ଓ ସପ୍ ମଧ୍ୟ ରହିବ । ଏଥର ଶୋ’ରେ ନୈନା ସିଂହ, ଜ୍ୟାସ୍ମିନ୍ ଭାସିନ, କରଣ ପଟେଲ, ନିଶାନ୍ତ ମଲକାନି, ଏଜାଜ ଖାନ, ରାହୁଲ ବୈଦ୍ୟ, ସାରା ଗୁରୁପାଲ, ଶଗୁନ୍ ପାଣ୍ଡେ, ପ୍ରତୀକ ସେଜଲପାଲ ଓ ଜାନ କୁମାର ସାନୁ ପ୍ରତିଯୋଗୀ ଭାବେ ନଜର ଆସିବେ । ମିଡ଼ିଆ ରିପୋର୍ଟ ଅନୁସାରେ ‘ବିଗବସ-୧୪’ର ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା, ହିନା ଖାନ, ଗୌହର ଖାନ୍, ମୋନାଲିସା ଓ ଶେହନାଜ ଗିଲ ପ୍ରାୟ ଦୁଇ ସପ୍ତାହ ଘରେ ରହିବେ ଓ ଘରର ପ୍ରତ୍ୟେକ କାର୍ଯ୍ୟରେ ଭାଗ ନେବେ । ଏହି ବର୍ଷ ଶୋ’ର ଥିମ୍ ଜଙ୍ଗଲ ଉପରେ ରହିବ । ଯାହା ଲକଡାଉନ ସ୍ଥିତିରୁ ପ୍ରେରିତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular