ଯୁକ୍ତ ୨ରେ ଶୂନ ରେଜଲ୍ଟ କରିଥିବା ହାଇଅର ସେକେଣ୍ଡାରୀ ସ୍କୁଲକୁ ନୋଟିସ ଦିଆଯାଇଛି । ୧୫ଟି ହାଇଅର ସେକେଣ୍ଡାରୀ ସ୍କୁଲର ଜଣେ ବି ଛାତ୍ରଛାତ୍ରୀ ଯୁକ୍ତ୨ ବିଜ୍ଞାନରେ କୃତକାର୍ଯ୍ୟ ହୋଇନାହାନ୍ତି । ଏହି ସବୁ ସ୍କୁଲକୁ ୭ଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ତେବେ ଶୂନ ରେଜଲ୍ଟ କରିଥିବା ସ୍କୁଲରେ କାହିଁକ ଆଡମିଶନ ଅନୁମତି ରଦ୍ଦ ନ ହେବ ଏବଂ ଏହାସହ ଶିକ୍ଷାନୁଷ୍ଠାନରୁ ବିଜ୍ଞାନ ପାଠ୍ୟକ୍ରମ କାହିଁକି ରଦ୍ଦ ନ ହେବ ସେ ନେଇ କାରଣ ଦର୍ଶାଇବା ପାଇଁ କୁହାଯାଇଛି । ୭ଦିନ ଭିତରେ ଉତ୍ତର ରଖିବାକୁ ସଂପୃକ୍ତ କଲେଜ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0