spot_img

ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା

ଭୁବନେଶ୍ଵର : ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା। ନାମ ସଂଶୋଧନ ବା ଯୋଡିବା ପାଇଁ ଭୋଟର ଡିସେମ୍ବର ୧୫ ମଧ୍ୟରେ ଆବେଦନ କରି ପାରିବେ। ଭୋଟର ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ନିଜର ନାମ ସଂଶୋଧନ କରି ପାରିବେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଏହାର ସୂଚନା ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ତାଲିକାରେ ନାମ ଯୋଡିବା, କାଟିବା  ଏବଂ ସଂଶୋଧନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନାମ ଯୋଡିବାକୁ ଫର୍ମ ୬, କାଟିବାକୁ ୭ ଏବଂ ସଂଶୋଧନ ପାଇଁ ଡିସେମ୍ବର ୮ରେ ଆବେଦନ କରି ହେବ। ନାମ ଯୋଡିବା ପାଇଁ ଲୋକଙ୍କୁକ ନିଜର ଫଟୋ, ବାସସ୍ଥାନ ପ୍ରମାଣ ଦେଇ ଆବେଦନ କରି ପାରିବେ। ଅନଲାଇନ କିମ୍ବା ବୁଥ୍ ସ୍ତରରେ ପହଞ୍ଚି ଆବେଦନ କରାଯାଇ ପାରିବ।

ଏହାକୁ ନେଇ ଡିସେମ୍ବର ୫ ଓ ୬ରେ ବୁଥ୍‌ରେ ବିଏଲଓ ରହିବ। ନୂଆ ଭୋଟର ତାଲିକା ପାଇଁ ସ୍ଵତନ୍ତ୍ର ଅଭିଯାନ ଚଳାଯିବ। ଆବେଦନ ପତ୍ର ଗୁଡିକୁ ଡିସେମ୍ବର ୧୫ରୁ ଜାନୁଆରୀ ୫ ମଧ୍ୟରେ ଯାଞ୍ଚ ହେବ। ଯାଞ୍ଚ ପରେ ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସିଇଓ କହିଛନ୍ତି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular