ଜାନୁଆରୀରୁ ନାଗରିକତ୍ୱ ସଂଶୋଧନ ଆଇନ କାର୍ୟ୍ୟକାରୀ ହୋଇପାରେ। ବିଜେପିର ବରିଷ୍ଠ ନେତା କୈଳାଶ ବିଜୟଭର୍ଗିଆ ଗତ କାଲି ସୂଚନା ଦେଇଛନ୍ତି । ଶରଣାର୍ଥୀଙ୍କ ପ୍ରତି ତ୍ରିନାଥ କଂଗ୍ରେସ ସରକାରଙ୍କ ସହାନୁଭୂତି ନାହିଁ ବୋଲି ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିଆ ଅଭିଯୋଗ କରିଛନ୍ତି। ପରଗାନା ଜିଲ୍ଲାରେ ଚାଲିଥିବା “ଅର୍ ନେହିଁ ଅନ୍ୟାୟ”’ଅଭିଯାନରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମେ ଆଶା କରୁଛୁ ସିଏଏ ଅଧୀନରେ ଥିବା ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ପ୍ରକ୍ରିୟା ଆସନ୍ତା ବର୍ଷ ଜାନୁୟାରୀରୁ ଆରମ୍ଭ ହେବ। ଆହୁରି ମଧ୍ୟ କହିଛନ୍ତି ପଡୋଶୀ ଦେଶରୁ ଆମ ଦେଶକୁ ଆସିଥିବା ଦଳିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଆନ୍ତରିକତାର ସହ ସଂଶୋଧନ ଆଇନ ଲାଗୁ କରିଛନ୍ତି । ବିଜୟଭର୍ଗିଆଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତୃଣମୁଳ କଂଗ୍ରେସର ନେତା ତଥା ରାଜ୍ୟ ମନ୍ତ୍ରୀ ଫରହାଦ ହାକିମ। କହିଛନ୍ତି ବିଜେପି ପଶ୍ଚିମବଙ୍ଗର ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0