spot_img

ଜାନୁୟାରୀରେ ଆର୍ଜେଣ୍ଟିନା ଯିବେ ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଖବଶୀଘ୍ର ଭାରତୀୟ ମହିଳା ହକି ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ପତ୍ୟାବର୍ତ୍ତନ କରିବାକୁ ଯାଉଚି । ଜାନୁୟାରୀ ରେ ମହିଳା ଦଳ ଆର୍ଜେଣ୍ଟିନା ଟୁର କରିବ । ଏଥିସହିତ ଭାରତୀୟ ମହିଳା ଦଳ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଫେରିବା ନିଶ୍ଚିତ ହୋଇଛି । କୋଭିଡ-୧୯ ମହାମାରୀ କାରଣରୁ ସାରା ବିଶ୍ୱ ପ୍ରତିଯୋଗିତା ଗୁରୁତରଭାବେ ପ୍ରଭାବିତ ହେବା ସହ ବନ୍ଦ ରହିଥିଲା । ୨୫ ଜଣ ଖେଳାଳିଙ୍କୁ ନେଇ ଏକ କୋର୍ ଗ୍ରୁପ୍ ଓ ୭ ଜଣ ସର୍ପୋଟ ଷ୍ଟାର୍ପ ଜାନୁୟାରୀ ୩ ତାରିଖରେ ଭାରତୀୟ ଦଳ ନୂଆଦିଲ୍ଲୀରୁ ଆର୍ଜେଣ୍ଟିନା ଯାତ୍ରା କରିବ । ଆର୍ଜେଣ୍ଟିନା ବିପକ୍ଷରେ ଭାରତ ୮ଟି ମ୍ୟାଚ ଖେଳିବ ଓ ୧୭ ତାରିଖରୁ ଏହି ସିରିଜ ଆରମ୍ଭ ହେବ । ୨୦୨୧ ରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବ । ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଆଉ ପାଖାପାଖି ୨୦୦ ଦିନ ଅଛି । ତେଣୁ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ସହ ଖେଳିବା ନିଶ୍ଚିତ ଭାବେ ଗୁରୁତବପୂର୍ଣ୍ଣ ବୋଲି ଭାରତୀୟ ଅଧିନାୟକ ନାରୀ ରାମପାଲ କହିଛନ୍ତି । ଏହି ଗସ୍ତ ନେି ସାରା ଦଳ ବୋ ଉସôାହିତ ଅଛନ୍ତି । ୨୦୨୦ ଜାନୁୟାରୀରେ ଭାରତ ଶେଷ ଥର ପାଇଁ ଅନ୍ତର୍ଜାତୀୟ ଗସ୍ତ କରିଥିଲା । ନୁ୍ୟଜଲାଣ୍ଡ ଟୁରରେ ଯାଇ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଚ ଖେଳିଥିଲା । ହେଟେଲରେ ଭାରତୀୟ ଖେଳାଳୀଙ୍କୁ ସ୍ୱତନ୍ତ୍ର ରୁମ ମିଳିବ । ଖାଇବା, ଟିମ୍ ମିଟିଂ ଓ ବିଭିନ୍ନ ସେସେନ ପାଇଁ ସ୍ୱତନ୍ତ୍ର ଜୈବ ସୁରକ୍ଷିତ ପରିବେଶ ସୃଷ୍ଟି କରାଯିବ । ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଦଳର ସବୁ ସଦସ୍ୟଙ୍କର କୋଭିଡ-୧୯ ଆରଟି-ପିସିଆର ଟେଷ୍ଟ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular