ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବେକାବୁ ହେଉଥିବା ସଂକ୍ରମଣକୁ ଦୃଷ୍ଟିରେ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ। ରାତି ୮ଟାରୁ ସକାଳ ୭ଟା ଯାଏଁ ଲାଗୁ ହୋଇଥିବା କର୍ଫ୍ୟୁ ଯୋଗୁଁ ରାସ୍ତାଘାଟ ପୁରା ଶୂନଶାନ ହୋଇଯାଇଛି । ମୁମ୍ବାଇ ମହାନଗରରୀର ଜନବହୁଳ ସ୍ଥାନ ଖାଁ-ଖାଁ ଲାଗୁଛି ।
ତେବେ ଅତି ଜରୁରୀ କାମରେ ଯାଉଥିବା ଯାତ୍ରୀଙ୍କୁ ପୁଲିସ ଅଟକାଇ ପଚରାଉଚୁରା କରିବା ସହ ଯାଞ୍ଚ କରୁଛି । ଏହି କଟକଣା ଆସନ୍ତା ଏପ୍ର୍ରିଲ ୧୫ ଯାଏଁ ବଳବତର ରହିବ । ସେହିପରି ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ରୁଣ୍ଡ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କର୍ଫୁ ନିୟମ ଉଲଂଘନ କଲେ ଜରିମାନା କରାଯାଉଛି । ସେହିପରି ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଧାରିତ ପରିମାଣରେ ଲୋକଙ୍କୁ ଅନୁମତି ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0