ସମସ୍ତେ ଜାଣିଥିବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦୀତ୍ୟନାଥଙ୍କ ବିଷୟରେ । ସେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଲୋକଙ୍କ ମଧ୍ୟରେ ଯୋଗୀଙ୍କ ବିଷୟରେ ଜାଣିବା ପାଇଁ ବହୁ କୌତୁହଳ ରହିଥାଏ । ସମସ୍ତେ ତାଙ୍କ ଜୀବନଶୈଳୀ ବିଷୟ ଜାଣିବାକୁ ଆଗ୍ରହୀ ପ୍ରକାଶ କରିଥାନ୍ତି ।
ତେବେ ଆସନ୍ତୁ ଜାଣିବା ତାଙ୍କର କିଛି ନିତିଦିନିଆ କାର୍ଯ୍ୟ ଉପରେ…

ଯୋଗୀ ଆଦିତ୍ୟନାଥ ଆରମ୍ଭରୁ ତାଙ୍କ ରୁଟିନ୍ କୁ ବହୁତ ଅନୁସରଣ କରିଥାନ୍ତି । ସେ ପ୍ରତିଦିନ ଭୋର ତିନିିଟାରୁ ଉଠି ପାଞ୍ଚଟା ପର୍ଯ୍ୟନ୍ତ ଯୋଗ କରିଥାନ୍ତି । ଏହା ପରେ ସ୍ନାନ କରି ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି ।

ଏଥି ସହିତ ଯୋଗୀ ଆଦିତ୍ୟନାଥ ପ୍ରତିଦିନ ଗୋରଖନାଥ ବୁଲିବାକୁ ଯାଇଥାନ୍ତି । ସେଠାରେ ସେ ମଠ ଏମଂ ମନ୍ଦିର ବୁଲିଥାନ୍ତି । ସେଠାକାର ପରିଛନ୍ନତା ଉପରେ ନଜର ପକାଇଥାନ୍ତି । ଏହା ସହ ସେଠାରେ ଥିବା ଗାଇ ମାନଙ୍କର ସେବା କରିଥାନ୍ତି ଏବଂ ମାଛ ମାନଙ୍କୁ ଖାଦ୍ୟ ଖାଇବାକୁ ଦେଇଥାନ୍ତି ।

ଯୋଗୀ ଆଦିତ୍ୟନାଥଙ୍କ ଖାଦ୍ୟ ବିଷୟରେ କହିବାକୁ ଗଲେ , ସେ କେବଳ ଶାକାହାରୀ ଏବଂ ସାଧା ଖାଦ୍ୟ ଖାଇଥାନ୍ତି । ଏହା ପରେ ସେୁ ନିଜ କାର୍ଯ୍ୟରେ ବାହାରି ଥାନ୍ତି ।

ଯଦି ଆମେ ଯୋଗୀ ଆଦିତ୍ୟନାଥଙ୍କ ସମ୍ପତ୍ତି ବିଷୟରେ ଆଲୋଚନା କରୁ, ତେବେ ସେ ୨୦୧୭ ରେ ଅନୁଷ୍ଠିତ ନିର୍ବାଚନ ସମୟରେ ଦାଖଲ ହୋଇଥିବା ତାଙ୍କ ଆଫିଡେଭିଟରେ ଏହି ସୂଚନା ଦେଇଛନ୍ତି। ସେତେବେଳେ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଥିଲେ ଯେ ତାଙ୍କର ମୋଟ ସମ୍ପତ୍ତି ୯୫ ଲକ୍ଷ ଟଙ୍କା ଏବଂ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ।

ଏଥିସହିତ ଫର୍ଚ୍ୟୁନର୍ ଏବଂ ଇନୋଭା କାର ସମେତ ଦୁଇଟି କାର ଅଛି ବୋଲି ଆଫିଡେଭିଟ୍ରେ କୁହାଯାଇଥିଲା। ଏହା ବ୍ୟତୀତ ତାଙ୍କ ପାଖରେ ରାଇଫଲ ଏବଂ ରିଭଲଭର ମଧ୍ୟ ଅଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0