ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଫ୍ୟାନ । ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ବଜେଟ୍ ଦିନର ଏକ ଭିଡିଓ ସେୟାର କରି ନିର୍ମଳା ସୀତାରମଣଙ୍କୁ ଖୁବ ପ୍ରଶଂସା କରିଛନ୍ତି ନବ୍ୟା। ଜଣେ ମହିଳା ସାମ୍ବାଦିକାଙ୍କ ପ୍ରତି ସୀତାରମଣଙ୍କ ବ୍ୟବହାର ନବ୍ୟାଙ୍କ ହୃଦୟକୁ ଛୁଇଁଯାଇଛି। ବଜେଟ୍ ଦିନର ଏହି ଭିଡିଓ ହୋଇଥିବା ବେଳେ ଜଣେ ଯୁବକଙ୍କୁ ସୀତାରମଣ କହିଥିବା କଥା ନବ୍ୟା ନବେଲୀଙ୍କୁ ଭଲ ଲାଗିଛି। ପ୍ରକୃତରେ ସୀତାରମଣ ଜଣେ ଯୁବକଙ୍କୁ ତାଗିଦ କରିଥିଲେ କାରଣ ସେ ଜଣେ ମହିଳା ସାମ୍ବାଦିକାଙ୍କୁ ପ୍ରଶ୍ନ ପଚାରିବାକୁ ବିରୋଧ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକା ସୀତାରମଣଙ୍କୁ ଦୁଇଟି ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ବୋଲି କହିଥିଲେ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0