ନିକଟରେ ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଭକ୍ତ ଦାସ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଏପରିକି ନେତା ଓ କର୍ମୀଙ୍କ ମଧ୍ୟରେ ବାକ୍ ବିବାଦ ଦେଖାଦେଇଛି। ପିସିସି କାର୍ୟ୍ୟକାରୀ ସଭାପତି ରାହୁଲଙ୍କୁ ଭେଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ”କଂଗ୍ରେସ ଏକ ବୃହତ ଦଳ ହୋଇଥିବାରୁ କନ୍ଦଳ ଚାଲିଥାଏ। ତାକୁ ଧରି ବସିଲେ କିଛି କାର୍ୟ୍ୟ ହୋଇପାରିବନି । କିଏ କ’ଣ କଲା ସେଟା ଆଭ୍ୟନ୍ତରୀଣ ବ୍ୟାପାର, କେହି ଅସନ୍ତୁଷ୍ଟ ଥିଲେ ସମୟ କ୍ରମେ ସେମାନଙ୍କ ସମାଧାନ କରାଯିବ । ମୁଁ ଦଳ ପାଇଁ କାର୍ୟ୍ୟ କରୁଥିଲି ଏବେବି ପ୍ରସ୍ତୁତ ଅଛି । ମୋର କାହା ପ୍ରତି ଅସନ୍ତୁଷ୍ଟତା ନାହିଁ”। ଯଦି ଦଳରେ ରହିବାର ଅଛି ରୁହ, ଆଉ ଯଦି ଦଳ ଛାଡିବାର ଅଛି ଛାଡ଼। କଂଗ୍ରେସ ଦଳ ମହାସମୁଦ୍ର। କିଏ ରହୁ କି ଯାଉ, କିଛି ଫରକ ପଡିବନି ବୋଲି କଂଗ୍ରେସ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଥିଲେ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0