ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ରେଳଧାରଣା ଉପରେ ପ୍ରତିବାଦ କରିଥଇବା ଚାଷୀମାନଙ୍କ ଉପରେ ଆରପିଏଫ ଦ୍ବାରା ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଚନ୍ନି ଆରପିଏଫ ଚେୟାରମ୍ୟାନଙ୍କୁ ଚିଠି ଲେଖି ଯଥାଶୀଘ୍ର ମାମଲା ଫେରାଇ ନେବାକୁ କହିଛନ୍ତି। କୁହାଯାଉଛି କି କୃଷି ଆଇନ ପ୍ରତ୍ୟାହାର ଦାବିରେ ରେଳରୋକ କରିଥିବା ହେତୁ ଚାଷୀଙ୍କ ଉପରେ ଏହି ମାମଲା ରୁଜୁ ହୋଇଥିଲା। ପଞ୍ଜାବରେ ୨୦୦୪ ଜାନୁଆରି ୧ ତାରିଖ ପରେ ସରକାରୀ ଚାକିରିରେ ଚୟନୀତ କର୍ମଚାରୀଙ୍କ ପାଇଁ ଫ୍ୟମିଲି ପେନସନ ସ୍କିମକୁ ବି ମଞ୍ଜୁରି ଦେଇ ଦେଇଛନ୍ତି। ଏହା ପୂର୍ବରୁ ଚନ୍ନି ମୁଖ୍ୟମନ୍ତ୍ରୀ ହେବାପରେ କୃଷକଙ୍କ ବିଜୁଳି ବିଲ ଛାଡ଼ କରିବାକୁ ଘୋଷଣା କରିଥିଲେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 1