ବ୍ରହ୍ମପୁର : ଅଭୟକାନ୍ତ ପାଠକଙ୍କ ୬ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି ବ୍ରହ୍ମପୁର ଭିଜିଲାନ୍ସ SIT ଟିମ୍। ଏହି ବ୍ୟାଙ୍କ ଜମାକୁ ତଦନ୍ତ କରିବା ପରେ ପରବର୍ତ୍ତି ପଦକ୍ଷେପ ଓ ତଦନ୍ତର ଗତି ନିର୍ଦ୍ଦାରିତ ହେବ ବୋଲି ଭିଜିଲାନ୍ସ ଅତିରିକ୍ତ ଏସ୍ପି ଶାନ୍ତନୁ ପାଢ଼ୀ ସୂଚନା ଦେଇଛନ୍ତି। ତାଙ୍କର ୬ଟି ଇନ୍ସୁରାନ୍ସ ପଲିସି ମଧ୍ୟ ଥିବା ସୂଚନା ମିଳିଛି। ଏଥିସହ ବ୍ରହ୍ମପୁରର ବିଭିନ୍ନ ଡାକଘରେ ବି ଭିଜିଲାନ୍ସ ଟିମ୍ ଯାଞ୍ଚ କରିଛି। ଅଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ତଦନ୍ତ ପରିସରକୁ ଆସିବେ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସ୍ପି ଶାନ୍ତନୁ ପାଢ଼ୀ। ୨୦୦୪ରୁ ୨୦୦୭ ଯାଏଁ ବ୍ରହ୍ମପୁର ଡିଏଫ୍ଓ ଭାବେ କାର୍ଯ୍ୟ କରିଥିଲେ ଅଭୟକାନ୍ତ। ତେଣୁ ତାଙ୍କ ବ୍ରହ୍ମପୁର ଲିଙ୍କକୁ ନେଇ ଏବେ ତଦନ୍ତ କରାଯାଉଛି।
ଅପରପକ୍ଷେ ନିଜକୁ ଟାଟା ମୋଟର୍ସର ଏମ୍ଡି ରୂପେ ପରିଚୟ ଦେଇ ଆକାଶ ପାଠକ ଗଂଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ବ୍ରହ୍ମପୁରରେ ଏହାର ତଦନ୍ତ କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ କରୁଛି । ଯେଉଁ ଯୁବକ ଯୁବତୀ ଠକେଇର ଶିକାର ହୋଇଛନ୍ତି, ସେମାନଙ୍କୁ ଭେଟି କ୍ରାଇମବ୍ରାଞ୍ଚ ଟିମ୍ ତଥ୍ୟ ସଂଗ୍ରହ କରୁଥିବା ଜଣାଯାଇଛି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0