ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ପାଇଁ ଏକ ଖୁସି ଖବର ରହିଛି । ୨୪ ଘଣ୍ଟା ମଧ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି ।
Happy to share that after over six months, there are no Covid deaths reported in the State on 5th January 2021. We salute our Covid Warriors whose tireless efforts have made this possible.
— H & FW Dept Odisha (@HFWOdisha) January 6, 2021
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଟ୍ବିଟ୍ରେ ଉଲ୍ଲେଖ ରହିଛି ଯେ, ‘ଖୁସି ଖବର, ଦୀର୍ଘ ୬ମାସ ପରେ ପ୍ରଥମ ଥର ଜାନୁଆରୀ ୫ ତାରିଖରେ ରାଜ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । କୋଭିଡ୍ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପରସେବା ଦ୍ବାରା ଏହା ସମ୍ଭବ ହୋଇପାରିଛି । ସେହି କୋଭିଡ୍ ଯୋଦ୍ଧାମାନଙ୍କୁ ସାଲ୍ୟୁଟ୍ ।’



Visitors Today : 1
Total Visitors : 130784
Total Views : 9900022
Visitors Online Now : 0