spot_img

ଝାରସୁଗୁଡାରେ ଚଳିତ ବର୍ଷ ହେବନି ଗଣେଷ ପୂଜା ଓ ନୂଆଖାଇ

ଝାରସୁଗୁଡାରେ ଚଳିତ ବର୍ଷ ଗଣେଷ ପୂଜା ହେବନି କି ନୂଆ ଖାଇ ଭେଟଘାଟ୍ ହେବ ନାହିଁ । କରୋନା ପାଇଁ ଲାଗୁ ହୋଇଥିବା କଟକଣା ଯୋଗୁଁ ସାର୍ବଜନୀନ ସ୍ଥାନରେ ଗଣେଷ ପୂଜାର ଆୟୋଜନ ନ କରିବାକୁ ବାରଣ କରିଛନ୍ତି ଜିଲ୍ଲା ପ୍ରଶାସନ । ସେହିପରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଉପରେ ମଧ୍ୟ ଲାଗିଛି କଟକଣା । ଗଣେଶ ପୂଜା ଓ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରି କୌଣସି ପ୍ରକାର ଭିଡ ନ କରିବାକୁ ବାରଣ କରାଯାଇଛି । କେବଳ ଘରେ ଘରେ ଲୋକେ ଗଣେଶଙ୍କ ପୂଜା କରିବେ ଏବଂ ମନ୍ଦିରରେ ମଧ୍ୟ ପୂଜା କରିପାରିବେ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗ୍ରହଣ କରିଥିୀବା ପଦକ୍ଷେପ ଭିତ୍ତିରେ ଜିଲ୍ଲାପାଳ ଏହି ଆଦେଶନାମା ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular