spot_img

ରାଉରକେଲା ସ୍ୱତନ୍ତ୍ର ଜେଲରେ କଏଦୀଙ୍କୁ କରୋନା

ରାଉରକେଲା: ରାଉଲକେଲା ସ୍ୱତନ୍ତ୍ର ଜେଲରେ ୧୭ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ ଜେଲରେ ବିଭିନ୍ନ ପ୍ରତିଶେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ଆଣ୍ଟିଜେନ୍ ଟେଷ୍ଟରେ ସୁନ୍ଦରଗଡ ଜିଲ୍ଳାରେ ସମୁଦାୟ ୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ୱତନ୍ତ୍ର ଜେଲରେ ୧୭ ଜଣ ଅନ୍ତେବାସୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କୁ ରଉରକେଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ଜେଲର ବିଭିନ୍ନ ୱାର୍ଡକୁ ବିଶୋଧନ ମଧ୍ୟ କରାଯାଉଛି । ତେବେ ଜେଲର ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜେଲ୍ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular