spot_img

ସ୍ୱତନ୍ତ୍ର ନମ୍ବର ପାଇଁ ଦେବାକୁ ପଡ଼ିବନି ଅଧିକ ଦେୟ: ଆମିକସ୍ କ୍ୟୁରି

ନୂଆଦିଲ୍ଲୀ : ଆସିଲା ମୋଟର ଯାନ ନମ୍ବର ପାଇଁ ନୂଆ ନିୟମ । ମୋଟର ଯାନ ଅଧିନିୟମ ଧାରା ୪୨.୨ ଅନୁସାରେ ରାଜ୍ୟ ସରକାର ମୋଟର ଯାନ ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଫି ରୁ ଅଧିକ ଫି ନେଇପାରିବେ ନାହିଁ । ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ମନୋଜ ସ୍ୱରୂପଙ୍କ ରିପୋର୍ଟରେ ଏହା କୁହାଯାଇଛି ।
ଦାଖଲ ହୋଇଥିବା ରିପୋର୍ଟରେ ମୋଟର ଯାନ ଆଇନ ୧୯୮୮ର ଧାରା ୪୨.୨ ଅନୁସାରେ ଯାନର ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଫି ଚୂଡ଼ାନ୍ତ ବୋଲି କୁହାଯାଇଛି । ରାଜ୍ୟମାନଙ୍କୁ ପଞ୍ଜୀକରଣ ନମ୍ବର ଦେବା ପାଇଁ କେନ୍ଦର ନିର୍ଦ୍ଦାରିତ ଫିରୁ ଅଧିକ ନେବାର ଅଧିକାର ନାହିଁ ବୋଲି ଆମିକସ୍ କ୍ୟୁରି ସ୍ପଷ୍ଟ କରିଛନ୍ତି । ମୋଟର ଯାନ ଆଇନର ଧାରା ୨୧୧ ଅନୁସାରେ ରାଜ୍ୟମାନଙ୍କୁ ଯେଉଁ ଫି ନିର୍ଦ୍ଧାରଣ କରିବାର ଅଧିକାର ଦିଆଯାଇଛି , ତାହା ଯାନ ପଞ୍ଜୀକରଣ ସମ୍ବନ୍ଧିତ ନୁହେଁ ବୋଲି ଆମିକସ୍ କ୍ୟୁରି ରିପୋର୍ଟରେ ଦର୍ଶାଇଛନ୍ତି । ଫି ଆବେଦନ, ନଥିପତ୍ରର ସୁଧାର ପ୍ରମାଣପତ୍ର, ଲାଇସେନ୍ସ ପରମିଟ୍‌, ପରୀକ୍ଷା ପ୍ଲେଟ୍‌, କାଉଣ୍ଟର ସାଇନ ନଥିପତ୍ର ତଥା ଆଦେଶର ନକଲ ଓ ଅନ୍ୟ କାର୍ଯ୍ୟ ପାଇଁ ରହିଛି । କେନ୍ଦ୍ର ସରକାର ଚାହିଁଲେ କୌଣସି କାର୍ଯ୍ୟ ବଦଳରେ ନିଆଯାଉଥିବା ଫି କୁ ସମାପ୍ତ କରିପାରିବେ । ଯାହାକୁ ରାଜ୍ୟ ସରକାର ମାନିବାକୁ ବାଧ୍ୟ । ରାଜ୍ୟମାନଙ୍କର ଯାନବାହାନ ପଞ୍ଜୀକରଣ କର୍ତ୍ତୁପକ୍ଷ ବାହାନକୁ ଏହି ନମ୍ବର ଦେଇଥାଏ । ଏହାର ଫି ସମଗ୍ର ଦେଶରେ ସମାନ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସୂଚନା ଯୋଗ୍ୟ କି ନିକଟରେ ଗୋଟିଏ ମାମଲାରେ ଜରେ ବାହାନ ମାଲିକଙ୍କୁ କ୍ରମ ଅନୁସାରେ ବାହାନ ପଞ୍ଜୀକରଣ ବେଳେ ବିଶେଷ ନମ୍ବର ମିଳିଥିଲା । ରାଜ୍ୟ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏଥିପାଇଁ ଅଲଗା ଅର୍ଥରାଶି ଦେବାକୁ କୁହାଯାଇଥିଲା । ମାଲିକ ଅର୍ଥରାଶି ଦେବା ପାଇଁ ମନା କରିବା ପରେ ମାମଲା ହାଇକୋର୍ଟକୁ ଯାଇଥିଲା । ସେଠାରେ କର୍ତ୍ତପକ୍ଷଙ୍କର ଆଦେଶକୁ ଭୁଲ ଦର୍ଶାଯାଇଥିଲା । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସୁପ୍ରିମ୍‌କୋର୍ଟ ଫି ବାବଦରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆମିକସ୍ କ୍ୟୁରି ରିପୋର୍ଟକୁ ସୁପ୍ରିମ୍ କୋର୍ଟ ସ୍ୱୀକାର କଲେ ପଞ୍ଜୀକରଣ ନମ୍ବର ପ୍ଲେଟର ଲକ୍ଷ ଲକ୍ଷ ଟଙ୍କାର ନିଲାମ ବନ୍ଦ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular