spot_img

ସାହିତ୍ୟରେ ନୋବେଲ ପୁରସ୍କାର ପାଇଲେ ଆମେରିକୀୟ କବୟିତ୍ରୀ ଲୁଇସ ଗ୍ଲୁକ

ନୂଆଦିଲ୍ଲୀ: ଆମେରିକୀୟ କବୟିତ୍ରୀ ଲୁଇସ ଗ୍ଲୁକଙ୍କୁ ସାହିତ୍ୟ ପାଇଁ ୨୦୨୦ ନୋବେଲ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି । କବିତାରେ ‘ବ୍ୟକ୍ତି ସତ୍ତାକୁ ଜାଗତିକ କରୁଥିବା ସରଳ ସୌନ୍ଦର୍ୟ୍ୟ ଯୁକ୍ତ ସୁସ୍ପଷ୍ଟ କାବ୍ୟିକ ଉପଲବ୍ଧି’ ନିମନ୍ତେ ତାଙ୍କୁ ପୁରସ୍କୃତ କରାଯାଉଥିବାର ଏକାଡେମି ସୂଚନା ଦେଇଛି । ଏହା ପୂର୍ବରୁ ୧୯୯୩ରେ ପୁଲିଜର ପ୍ରାଇଜ ଏବଂ ୨୦୧୪ରେ ନ୍ୟାସନାଲ ବୁକ ଆୱାଡ ଭଳି ଅନେକ ଗୁଡିଏ ପୁରସ୍କାର ସେ ପାଇଥିଲେ । ସୂଚନା ଅନୁସାରେ, କବୟିତ୍ରୀ ଲୁଇସ ଗ୍ଲୁକ ୧୯୪୩ ମସିହାରେ ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଲେଖିବା ଛଡ଼ା ସେ କନେକ୍କିକଟ ଅନ୍ତର୍ଗତ ନିଉ ହେଭେନସ୍ଥିତ ୟେଲ ୟୁନିଭର୍ସିଟିରେ ଇଂରାଜୀ ପ୍ରାଧ୍ୟାପିକା ମଧ୍ୟ ଅଛନ୍ତି । ପ୍ରଥମେ ୧୯୬୮ରେ ତାଙ୍କର କବିତା ‘ଫାଷ୍ଟବର୍ଣ୍ଣ’ ପ୍ରକାଶିତ ପାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular