spot_img

କରୋନା ଭୟ: ମଣିଷର ମୃତଦେହକୁ ଛୁଉଁ ନାହିଁ ମଣିଷ

ଢ଼େଙ୍କାନାଳ ଲୋକମାନଙ୍କୁ ଘାରିଛି କରୋନା ସଂକ୍ରମଣର ଭୟ। ପଡି ରହିଛି ମୃତଦେହ। କରୋନା ଭୟରେ କେହି ମୃତ​‌ଦେହ ପାଖକୁ ଯାଉ ନାହାନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୨ ଅନ୍ତର୍ଗତ ପୁରୁଣା ପରିତ୍ୟକ୍ତ କୋର୍ଟ କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପରିତ୍ୟକ୍ତ କୋର୍ଟ ପରିସରରେ ପଡି ରହିଛି ଏକ ମୃତଦେହ । ମୃତକ ହେଲେ ରବି ନାରାୟଣ ମେହେଣା ଓ ତାଙ୍କ ବୟସ ୫୨ ବର୍ଷ।  ସେ ଦୁଇ ଝିଅ ଓ ସ୍ତ୍ରୀଙ୍କୁ ନେଇ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ କିଛି ଦିନ ହେବ ରବି ନାରାୟଣ ଅସୁସ୍ଥ ଥିବାରୁ ଗତକାଲି ସଂନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ରବିନାରାୟଣଙ୍କ ଘରେ ପାଞ୍ଚ ଭାଇ ଥିଲେ ମଧ୍ୟ ମୃତ ଶରୀରକୁ ଦାହ କରିବାକୁ କେହି ଆସୁନଥିଲେ। ଏ ସମ୍ପର୍କରେ ଜାଣିବା ପରେ ଭୁବନ ପୋଲିସ୍‌ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular