spot_img

ଉତ୍ତର କୋରିଆ ଦେଖାଇଲା ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର

ଉତ୍ତର କୋରିଆର ରାଜଧାନୀ ପ୍ୟାଙ୍ଗୟାଙ୍ଗରେ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦେଖାଯାଇଛି । ଏହା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଦକ୍ଷିଣ କୋରିଆବାସୀ । ମିଳିଥିବା ସୂଚନାନୁସାରେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ୍ ମିସାଇଲଗୁଡ଼ିକୁ ୪-୪ ମୋବଇଲ ଲଞ୍ଚର ସହିତ ସହରର ବାହାର ସୀମାରେ ମୁତୟନ କରିଛନ୍ତି । ଅକ୍ଟୋବର ୧୦ ତାରିଖରେ ଉତ୍ତର କୋରିଆର ୭୫ ତମ ୱାର୍କରର୍ସ ସ୍ଥାପନା ଦିବରେ ଏହାକୁ ସାର୍ବଜନୀନ ଭାବେ ପ୍ରଦର୍ଶି ତ କରାଯିବ । ଏହା ୨୦୧୭ରେ ପରୀକ୍ଷଣ ହୋଇଥିବା ମିସାଇଲଗୁଡ଼ିକ ମଧ୍ୟରୁ ଶକ୍ତିଶାଳୀ । ଏହି କ୍ଷେପଣାସ୍ତ୍ର ପ୍ରଦର୍ଶନ ଫଳରେ ଦୁଇ ଦେଶ ମଧ୍ୟରେ ପୁଣି ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular