spot_img

ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି

ଭବ୍ୟ ରାମ ମନ୍ଦିରର ଭୁମିପୂଜନ ପରେ ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାର ସମ୍ଭାବନା ରହିଛି । ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣ ପାଇଁ ୭୦ ଏକର ଭୁଭାଗର ନକ୍ସା ଅଯୋଧ୍ୟ୍ୟା ବିକାଶ ପ୍ରାଧିକରଣକୁ ପଠାଇଛି । ଅଗଷ୍ଠ ୫ ତାରିଖରେ ଅଯୋଧ୍ୟାରେ ଭୂମି ପୂଜନ ସମାରୋହ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶିଳାନ୍ୟାସ କରିଥିଲେ । ଭୂମିପୂଜନ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ସୀତାରସୋଇ,କୋହବର ଭବନ, ଆନନ୍ଦ ଭବନ, ରାମ ଖଜାନା ପରି ପ୍ରାଚୀନ ମନ୍ଦିର ସବୁ ଭାଙ୍ଗିବା ଆରମ୍ଭ ହୋଇଛିା ଇତିମଧ୍ୟରେ ମାନସ ଭବନର କିଛି ଭାଗ ଭାଙ୍ଗିବା ଆରମ୍ଭ ହୋଇଛି । ରାମ ମନ୍ଦିରର ମାନଚିତ୍ର ଆସନ୍ତା ଗୋଟେ ସପ୍ତାହ ମଧ୍ୟରେ ପାସହେବାର ସମ୍ଭାବନା ରହିଛି । ଏହାପରେ ଖୁବଶୀଘ୍ର ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular