spot_img

ଟୀକାକରଣର ଗୋଟିଏ ଦିନ ପରେ, ନର୍ସ କରୋନା ପଜିଟିଭ୍

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଦିନକୁ ଦିନ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ କରୋନା ଟିକା ଲୋକମାନଙ୍କୁ ଆଶ୍ୱସ୍ତି ଦେଇଥିଲା । ଟୀକାକରଣ ଫଳରେ ଲୋକଙ୍କ ଅସୁବିଧାକୁ ବଢାଇ ଦେଇଛି । ତେବେ ମଧ୍ୟପ୍ରଦେଶର ମଣ୍ଡେଲାରେ ଜଣେ ନର୍ସଙ୍କୁ କରୋନା ଟିକା ଦିଆଯାଇଥିଲା । ଟିକା ନେବା ପୂର୍ବରୁ ନର୍ସ ଜଣକ କରୋନା ନେଗେଟିଭ ଥିଲେ କିନ୍ତୁ ଟିକା ନେବାର ଗୋଟିଏ ଦିନ ପରେ ସେ କରୋନାରେ ସଂକ୍ରମିତ ହୋଇଥିଲେ । ଯାହାକି ବର୍ତ୍ତମାନ ସାରା ଦେଶର ଧ୍ୟାନକୁ କେନ୍ଦ୍ରିଭୁତ କରିଛି । ସେ ଜିଲ୍ଲା ଡାକ୍ତରଖାନାରେ ନର୍ସ କାର୍ୟ୍ୟ କରୁଛନ୍ତି। କିଛି ଦିନ ଧରି ନର୍ସ ଭଲ ଅନୁଭବ କରୁନଥିଲେ, ସେ ଥଣ୍ଡା କାଶରେ ଅଭିଯୋଗ କରିଥିଲେ । ପରେ ତାଙ୍କୁ ପରୀକ୍ଷା କରାଯାଇଥିଲା । କିନ୍ତୁ ସେଥିରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular