ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣର ଏକ ବଡ ଧରଣର ଷଡଯନ୍ତ୍ରକୁ ପଣ୍ଡ କରିଛି ଭାରତୀୟ ସେନା । ଏଲଓସିସ୍ଥିତ ଅଖନୁର ଖୌର ସେକ୍ଟରରେ ଭାରତୀୟ ଯବାନଙ୍କ ଆକ୍ରମଣରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ସତର୍କ ସୂଚନା ଦିଆଯାଇଥିଲା । ମାତ୍ର ଆତଙ୍କବାଦୀମାନେ ଭାରତୀୟ ଫରୱାର୍ଡ ପୋଷ୍ଟକୁ ଲକ୍ଷ୍ୟ କରି ଗୁଳି ଚାଳନା କରାଯାଇଥିଲା । ଏହାର ଜବାବରେ ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ଅନ୍ୟପଟେ ଅନୁପ୍ରବେଶ ସମୟରେ ସହାୟତା ଯୋଗାଇ ଦେବା ଲାଗି ପାକିସ୍ତାନ ଫରୱାର୍ଡ ପୋଷ୍ଟରୁ ମୋର୍ଟାର ଶେଲିଂ ମାଡ କରାଇଥିଲେ ମଧ୍ୟ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ସଫଳ ହୋଇନଥିଲା । ପାକିସ୍ତାନ ଫରୱାର୍ଡ ପୋଷ୍ଟରୁ ମୋର୍ଟାର ଶେଲିଂ ମାଡରେ ୪ଜଣ ଯବାନ ଆହତ ହୋଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0