ବଙ୍ଗୀୟ ସୁନ୍ଦରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ ତାଙ୍କ ବୈବାହିକ ସ୍ଥିତିକୁ ନେଇ ଦୀର୍ଘ ଦିନ ଧରି ତାଙ୍କ ପର୍ସନାଲ ଲାଇଫ ସହ ଜଡିତ କିଛି ବିବାଦରେ ଛନ୍ଦି ହୋଇଥିଲେ । ହେଲେ ବର୍ତ୍ତମାନ ନିଜର ବିବାହ ଓ ବିଚ୍ଛେଦକୁ ନେଇ ବିବାଦରେ ଥିବା ନୁସରତ ମୁହଁ ଖୋଲିଛନ୍ତି। ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସେ ଏ ସମ୍ପର୍କରେ ନିଜର ମନ୍ତବ୍ୟ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବିବାହକୁ ନେଇ ଉଠିଥିବା ସମସ୍ତ ପ୍ରଶ୍ନର ଉତ୍ତର ସେ ସଂସଦଙ୍କୁ ଦେଇ ସାରିଥିବା ମଧ୍ୟ କହିଛନ୍ତି। 2019 ଜୁନ ରେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ ନୁସରତ | ତୁର୍କୀ ଆଇନ ଅନୁସାରେ ତାଙ୍କର ବିବାହ ହୋଇଥିବାରୁ ଭାରତରେ ଏହା ବୈଧ ନୁହେଁ। ତେଣୁ ଛାଡ଼ପତ୍ରର ପ୍ରଶ୍ନ ଉଠୁନି। ଉଭୟ ଆପେ ଆପେ ଅଲଗା ହୋଇଯାଇଥିଲେ। ପରେ ନୁସରତ ଗୋଟିଏ ପୁତ୍ରକୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ପଞ୍ଜିକରଣ ବେଳେ ନୁସରତ ତାଙ୍କ ସ୍ୱାମୀ ଭାବେ ୟଶ ଦାସଗୁପ୍ତାଙ୍କ ନାଁ ଲେଖିଛନ୍ତି। ସେ ଏମିତି କି ସୋସିଆଲ ମିଡିଆରେ ୟଶ ଦାସଗୁପ୍ତାଙ୍କ ଫଟୋ ଦେଇ ଅତି ମନଲୋଭା କ୍ୟାପ୍ସନ ଲେଖିଛନ୍ତି |



Visitors Today : 1
Total Visitors : 130301
Total Views : 9891804
Visitors Online Now : 0