ବିହାର: ଆଜି ଶପଥ ନେବେ ନୀତିଶ କୁମାର । ବିହାରରେ ସପ୍ତମ ଥର ମୁଖମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ନୀତୀଶ କୁମାର । ସୋମବାର ଅପରାହ୍ନ ୪ଟାରେ ହେବ ଶପଥ ଗ୍ରହଣ ଉତ୍ସବ । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ରବିବାର ବିହାରରେ ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶ କୁମାରଙ୍କୁ ସର୍ବସମ୍ମତି କ୍ରମେ ନେତା ନିର୍ବାଚନ କରାଯାଇଥିଲା । ସରକାର ଗଠନ ପାଇଁ ଦାବି ଜଣାଇବା ପରେ ରାଜ୍ୟପାଳଙ୍କଠାରୁ ନୂଆ ସରକାର ଗଠନ ପାଇଁ ମିଳିଛି ଆମନ୍ତ୍ରଣ । ଆଜି ଅପରାହ୍ନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର । ତାଙ୍କ ସହ ବିଜେପିର ୨ ଜଣ, ଜେଡିୟୁର ୨ ଜଣ, ହମ ଏବଂ ଭିଆଇପିର ଜଣେ ଲେଖାଏଁ ମନ୍ତ୍ରୀ ଭାବେ ଶପଥ ନେଇ ପରନ୍ତି । ତେବେ ମନ୍ତ୍ରୀମଣ୍ଡଳକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନାହିଁ । ବିଜେପି ପାଖରେ ସର୍ବାଧିକ ୭୪ ବିଧାୟକ ଥିବା ବେଳେ ଜେଡିୟୁର ବିଧାୟକ ସଂଖ୍ୟା ି ୪୩ ରହିଛି । ସହଯୋଗୀ ଦଳ ହମ୍ ଏବଂ ଭିଆଇପି ନିକଟରେ ୪ଟି ଲେଖାଏଁ ଆସନ ରହିଛି । ତେଣୁ ବିଜେପିର ୧୮ ଏବଂ ଜେଡିୟୁର ୧୨ ଜଣ ମନ୍ତ୍ରୀ ହୋଇପାରନ୍ତି । ବିଧାନସଭା ଅଧ୍ୟକ୍ଷପଦ ବିଜେପି ହାରରେ ରହିବ । ସେପଟେ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ହେବେ ବୋଲି ଜଣା ପଡିଥିବା ବେଳେ ଏବେ ତାଙ୍କୁ ଏହି ପଦ ମିଳିନାହିଁ । ଚଳିତ ନିର୍ବାଚନ ପରେ ବିଜୟୀ ଦଳଗୁଡିକୁ ତୁଳନା କରି ବିହାର ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି । ବିଜେପିର ବରିଷ୍ଠ ବିଧାୟକ ତାରକିଶୋର ପ୍ରସାଦ ଏବଂ ରେନୁ ଦେବୀଙ୍କୁ ବିହାର ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0