spot_img

କୋରନା ଆକ୍ରାନ୍ତ ୨ ଯୋଦ୍ଧା ମୃତ

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣକୁ ଡରି ଏହି ସମୟରେ ସମସ୍ତେ ଗୃହବନ୍ଦୀ ଥିବା ବେଳେ କରୋନା ଯୋଦ୍ଧା ସାଜିଥିବା ଗଣମାଧ୍ୟମ ପ୍ରତନିଧିମାନେ ନିର୍ଭୀକଭାବେ ବାହାରକୁ ଯାଇ ସମ୍ବାଦ ପରିବେଶଣ କରୁଛନ୍ତି । ଫଳରେ ବିଗତ କିଛି ଦିନ ମଧ୍ୟରେ ବହୁ ଯୋଦ୍ଧା କରୋନା ପ୍ରକୋପର ଶିକାର ହୋଇଛନ୍ତି । ତେବେ ଗତକାଲି କୋରନା ଆକ୍ରାନ୍ତ ଥିବା ହିଜିଂଳିକାଟୁ ପ୍ରେସ କ୍ଲବର ସଭାପତି ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକ (୪୬) ଏବଂ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିର ବରିଷ୍ଠ ସାମ୍ବାଦିକ କେ ସି.ଏଚ୍‌.ରତନମ୍‌ଙ୍କର ପରଲୋକ ଘଟିଛି ।priyadrashi pattanik

ସମାଜ ଖବରକାଗଜରେ ସମ୍ବାଦ ପରିବେଶଣ କରୁଥିବା ସାମ୍ବାଦିକ ଶ୍ରୀ ପଟ୍ଟନାୟକ କିଛି ଦିନ ପୂର୍ବେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଶିତଳାପଲ୍ଲୀ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରାଜଧାନୀ ସ୍ଥିତ କିମସ କୋଭିଡ କେୟାରକୁ ସ୍ଥାନାନ୍ତରିତ କରାଯାଇଥିଲା । ୭ଦିନ ପର୍ଯ୍ୟନ୍ତ କୋରନା ସହ ସଂଗ୍ରାମ କରିବା ପରେ ଗତ ଶନିବାର ତାଙ୍କର ମୃତ୍ୟୁ ଘଟିଛି ।k.ch ratnam

ସେହିପରି ତେଲୁଗୁ ପେପର ଇନାଡୁରେ କାର୍ଯ୍ୟରତ ଥି ବା ସାମ୍ବାଦିକ ଶ୍ରୀ ରତନମ୍‌ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବାରୁ ଭୁବନେଶ୍ୱର ସ୍ଥିତ ହାଇଟେକ୍ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର କୋଭିଡ଼ ପରୀକ୍ଷା କରାଯିବାରୁ ରିପୋର୍ଟ ପଜେଟିଭ୍ ଆସିଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular