ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବଡକୁଳଠାରେ ନିର୍ମିତ ହୋଇଛି ଓଡିଆର୍ଟ ମିଉଜିଅମ । ଓଡିଶା ଓ ଦେଶ ବିଦେଶର ହଜିଯାଉଥିବା କଳା, ସଂସ୍କୃତି, ଲୋକ ନୃତ୍ୟକୁ ପୁନଃ ଉଦ୍ଧାର କରିବା ଲକ୍ଷ୍ୟରେ ଏହାକୁ ନିର୍ମାଣ କରାଯାଇଛି । ବିଭିନ୍ନ ଆଦିବାସୀ ବ୍ୟବହାର କରୁଥିବା ସାମଗ୍ରୀ, ଫଟୋ ଚିତ୍ର, ପଥର ମୂର୍ତ୍ତିକା ଠାରୁ ଆରମ୍ଭ କରି କାଠ ବାଉଁଶର କାରୁକାର୍ଯ୍ୟ ଏଠାରେ ଦେଖିବାକୁ ମିଳୁଛି । ଓଡିଆର୍ଟର ଫାଉଣ୍ଡର ପ୍ରସନ କୁମାର ଦାସ ମିଉଜିୟମର ଉନ୍ନତି କରଣ ପାଇଁ ତଥା ଓଡିଶାର କଳା ସଂସ୍କୃତିକୁ ସାଇତି ରଖିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି । ୨୦୧୭ ମସିହାଠାରୁ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଏଠାରେ ସଂସ୍କୃତି କଳା ଉତ୍ସବ ପାଳନ ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଡିସେମ୍ବରରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ । ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ଉତ୍ସବ ପାଳନ କରାଯାଉଥିଲେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉନାହିଁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0