ଭୁବନେଶ୍ୱର: ରାଜ୍ୟରେ ଶାସକ ବିଜୁ ଜନତା ଦଳକୁ ୨୨ ବର୍ଷ ପୁରି ୨୩ ବର୍ଷ ଚାଲିବ। ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳିବ ବିଜୁ ଜନତା ଦଳ। ଏହା ପୂର୍ବର ଆସନ୍ତା ୨୦ ତାରିଖରେ ରାଜ୍ୟ କାର୍ଯ୍ୟକାରିଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ପରିବର୍ଦ୍ଧିତ ପରିଷଦ ବୈଠକ ବସିବ। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଏ ସଂପର୍କରେ ସୂଚନା ଦେଇଛନ୍ତି।
ରାଜ୍ୟ ପରିଷଦ ସଭ୍ୟ, ବିଧାୟକ, ସାଂସଦ ଯୋଗ ଦେବେ। ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ। ସାଂଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଭାବେ ଆଲୋଚନା ହେବ। ଏନେଇ ରୂପରେଖ ପ୍ରସ୍ତୁତ ହେବ। ନୂଆ କର୍ମକର୍ତ୍ତା ନିର୍ବାଚନ ପରେ ଦାୟିତ୍ୱ ବଣ୍ଟନ କରାଯିବ। କେଉଁ ମୁଦ୍ଦା ନେଇ ଦଳ ଲଢେଇ କରିବ ଖସଡ଼ା ପ୍ରସ୍ତୁତ କରିବ। ରଣକୌଶଳ ନିର୍ଦ୍ଧାରିତ ହେବ। ୩୨ଟି ସାଂଗଠନିକ ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ, ଲୋକାଭିମୁଖୀ ଯୋଜନା ପହଞ୍ଚାଇବା, ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା ହେବ ବୋଲି କହିଛନ୍ତି ଦଳର ନେତା। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ, ଏନ ଏ ସି ସ୍ତରରେ ପ୍ରତିଷ୍ଠା ଦିବସ ପାଳିବ ଦଳ। କୋଭିଡ଼ କଟକଣା କୁ ଦୃଷ୍ଟିରେ ରଖି ଏହାକୁ ପାଳନ କରାଯିବ।



Visitors Today : 21
Total Visitors : 130489
Total Views : 9892031
Visitors Online Now : 0