spot_img

ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ଯୁବତୀ

ଧର୍ମଗଡ: ନିଜ ଦେହରେ କିରୋସିନି ଢାଳି ହୋଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ଗାଁରେ । ଶୁକ୍ରବାର ଗଣେଶପୁର ଗାଁରେ ୨୩ ବର୍ଷ ବୟସ୍କ ଯୁବତୀ ରୋହିଣୀ ଭୁଏ ନିଜ ଦେହରେ କିରୋସିନି ଢାଳି ଦିଆସିଲି ମାରି ହୋଇଥିବା ବେଳେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଏମିତି ଘଟଣା ଘଟିଛି ତାହା ଜଣାପଡିନାହିଁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular