ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା କରୋନା କଟକଣା । କରୋନାର ନୂଆ ଷ୍ଟ୍ରେନକୁ ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି ନାଇଟ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବା ବାଦ ପଡିବ। ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଜରୁରୀକାଳୀନ ସେବା ମଧ୍ୟ ପରିବହନ ହୋଇପାରିବ । କରୋନା ସ୍ଥିତି ଏବଂ ନୂଆବର୍ଷ ଓ ଜିରୋ ନାଇଟକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ଏଥିରେ ସହଯୋଗ କରିବା ପାଇଁ ରାଜ୍ୟବସୀଙ୍କୁ ଏସ୍ଆରସି ନିବେଦନ କରିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0