ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ରହସ୍ୟ ଦେଖା ଦେଇଛି | ଘଟଣାକୁ ୮୧ ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତରୁ କୌଣସି ସୁଫଳ ମିଳିନାହିଁ। ଯଥେଷ୍ଟ ପ୍ରମାଣ ଥାଇ ମଧ୍ୟ କ୍ରାଇମବ୍ରାଞ୍ଚ ବିଦ୍ୟା ଭାରତୀ ପଣ୍ଡା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଆବେଦନରେ ଦର୍ଶାଇଛନ୍ତି ସୌମ୍ୟଙ୍କ ବାପା। ଜୁଲାଇ ୧୨ ତାରିଖରେ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ରଖି ଘଟଣା ସ୍ଥଳରେ ପାରଳାଖେମୁଣ୍ଡି ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ଓ ଗୁରାଣ୍ଡି ଥାନା ଓଆଇସି ମମତା ରାଣୀ ପଣ୍ଡା ଅନେକ ପ୍ରମାଣ ସଂଗ୍ରହ କରିଥିଲେ, ଯାହାକୁ ତଦନ୍ତରେ ବ୍ୟବହାର କରାଯାଇନଥିବା ଅଭିରାମ ଅଭିଯୋଗ କରିଛନ୍ତି। ଓଡ଼ିଶା ପୁଲିସ ତଥ୍ୟ ପ୍ରମାଣ ସଂଗ୍ରହ କରିବା ପରିବର୍ତ୍ତେ ପ୍ରମାଣ ନଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0