କଂଗ୍ରେସ ଦଳ ମଧ୍ୟରେ ଫାଠ । ଓଡ଼ିଶା ବନ୍ଦ ପାଳନ ବେଳେ ପୃଥକ ପୃଥକ ହୋଇ ବସିଲେ କଂଗ୍ରେସ କର୍ମୀ । ଥରେ ଦେଖନ୍ତୁ ଏହି ଦୃଶ୍ୟକୁ । ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟର । ବଡ଼ଚଣା ନିର୍ବାଚନ ମଣ୍ଡଳୀ ପାର୍ଥୀ ଅଜୟ ସାମଲ ଓ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁତ୍ର ରାଜନାରାୟଣ ମହାପାତ୍ର ନିଜ ନିଜ ସମର୍ଥକଙ୍କ ସହ ରାଜପଥର ଉଭୟ ପାଶ୍ୱର୍ରେ ବସିଛନ୍ତି ।ରାଜ୍ୟରେ ତୈଳଦର ବୃଦ୍ଧିକୁ ନେଇ ଆସନ୍ତା କାଲି କଂଗ୍ରେସ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଥିଲା । ବିଭିନ୍ନ ଜାଗାରେ କଂଗ୍ରେସ କର୍ମୀମାନେ ଏକାଠି ହୋଇ ଏହି ବନ୍ଦ ଡ଼ାକାରାକୁ ସଫଳ କରିବା ପାଇଁ ପିସିସି ସଭାପତି ଆହ୍ୱାନ ଦେଇଥିଲେ । କିନ୍ତୁ ଏଠାରେ ଦୃଶ୍ୟ ସମ୍ପୂନ୍ନ ଅଲଗା । ନିଜ ଘର ସଜାଡ଼ି ପାରୁନଥିବା କଂଗ୍ରେସ କିପରି ରାଜ୍ୟ ସଜାଡ଼ିବ ଏକଥା ଆପଣମାନେ ବିଚାର କରନ୍ତୁ । କଂଗ୍ରେସ ନେତା ଆମ୍ବୁଜ ରାଉତ ଏଭଳି ପରିସ୍ଥିତି କୁ ନା ପସନ୍ଦ କରିବା ସହ କଂଗ୍ରେସ କର୍ମୀଙ୍କୁ ଦାୟୀ କରିଛନ୍ତି । କେବେ ସୁଧୁରିବ କଂଗ୍ରେସର ସ୍ଥିତି । ଏହି ଦଳୀୟ କନ୍ଦଳ ଉପରେ କେବେ ପଡ଼ିବ ରାଜ୍ୟ କଂଗ୍ରେସ ମୁଖିଆଙ୍କ ନଜର । ଏବେ ତାହା ଦେଖିବା ବାକି ରହିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0