ଭୋଗରାଇ: ବାଲେଶ୍ବର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଫୁଲବଣି ପଞ୍ଚାୟତ ଚକ ଫୁଲବଣି ଗାଁରେ ଅଭାବନୀୟ ଘଟଣା ଘଟିଛି। ବୃଦ୍ଧ ଦମ୍ପତି ପାରିବାରିକ ଅଶାନ୍ତି କାରଣରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ କାହ୍ନୁ ମଣ୍ଡଳ ଏବଂ ତାଙ୍କ ପତ୍ନୀ ଶାନ୍ତିଲତା ମଣ୍ଡଳ । ଆଜି ସକାଳେ ଦୁଇଜଣଙ୍କ ମୃତ ଦେହ ଘର ନିକଟରେ ଥିବା ଏକ ପୋଖରୀ ହୁଡ଼ାରୁ ଉଦ୍ଧାର କରାଯାଇଛି। ଖବର ପାଇ ଭୋଗରାଇ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0