ଭୁବନେଶ୍ୱର: ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ। ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାର୍କିଂ ଟିକେଟ କାଟିବେ। ଆଜି ରାଜମହଲ ଛକରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହା ଉଦଘାଟନ କରିଛନ୍ତି। ଏଥିପାଇଁ ଟିଜି ସ୍ୱୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ ହସ୍ତାନ୍ତର କରାଯାଇଛି। ତେବେ ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ୟ୍ୟନ୍ତ ୧୭ଜଣ କିନ୍ନରଙ୍କୁ ସାମିଲ କରାଯାଇଛି। ସେଥିମଧ୍ୟରୁ ୧୫ଜଣ କିନ୍ନର ଥିବା ବେଳେ ୨ଜଣ ମେଲ ଟ୍ରାନ୍ସଫର୍ମର ରହିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ୩୬ ହେବ ବୋଲି ଜଣାପଡ଼ିଛି। ପାର୍କିଂ ଟିକେଟ କାଟିବା ପାଇଁ କିନ୍ନରମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା। ଏହାସହ କିନ୍ନରମାନଙ୍କୁ ଆପ୍ରୋନ ଓ ମନିବ୍ୟାଗ ସାଙ୍ଗକୁ କ୍ୟୁଏକ୍ସୋ ମେସିନ ଓ ବିଏମସି ତରଫରୁ ସ୍ୱତନ୍ତ୍ର ଆଇ କାର୍ଡ ଦିଆଯାଇଛି। ଏହି କାର୍ଡ ପକାଇ ସେମାନେ ପାର୍କିଂ ଦେୟ ଆଦାୟ କରିବେ। ସହରର ଦୁଇ ପ୍ରମୁଖ ପାର୍କିଂ ଲଟ ରାଜମହଲ ଛକଠାରୁ ମାଷ୍ଟର କ୍ୟାଣ୍ଟିନ ଏବଂ ମାଷ୍ଟର କ୍ୟାଣ୍ଟିନ ଠାରୁ ଶ୍ରୀୟା ଛକ ପର୍ୟ୍ୟନ୍ତ ଦୁଇଟି ପାର୍କିଂ ଲଟରେ କିନ୍ନରମାନେ ଜଗିବେ। ଏହାବ୍ୟତୀତ ଏହି ଦୁଇଟି ପାର୍କିଂ ଲଟ ପାଇଁ ସ୍ୱତନ୍ତ୍ର ରେଟ ଚାଟ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ବିଏମସି ତରଫରୁ ୧୭ଜଣ କିନ୍ନରଙ୍କୁ ନିୟୋଜିତ କରାଯାଇଥିବା ବେଳେ ଏବେ ସେମାନଙ୍କୁ ଆଉଏକ ନୂଆ ଯୋଜନାରେ ସାମିଲ କରାଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0