ନୀଳଗିରି: ପୁଣି ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଭାଲୁ ଆତଙ୍କ ଦେଖାଦେଇଛି। ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଉପସ୍ଥିତ ବୁଦ୍ଧି ଖଟାଇ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ନୀଳଗିରି ଥାନା କାଠଗୋଛି ଗ୍ରାମର ଦୁନମଣୀ ସିଂ ଦ୍ୱିପ୍ରହରରେ ଘରକୁ ଫେରୁଥିବା ବେଳେ ତାଙ୍କୁ ଅତର୍କିତ ଭାବେ ଭାଲୁଟି ଆକ୍ରମଣ କରିଥିଲା। ଜୀବନ ରକ୍ଷା ପାଇଁ ବୃଦ୍ଧା ଜଣକ ଧରିଥିବା ବାଡ଼ିରେ ଭାଲୁକୁ ମାଡ଼ ମାରିବାକୁ ଭାଲୁଟି ଛାଡି ଜଙ୍ଗଲକୁ ପଳାଇ ଯାଇଥିଲା। ପରେ ଗୁରୁତର ବୃଦ୍ଧା ଜଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବୃଦ୍ଧାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0