କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାଁରେ ଦେଶଦ୍ରୋହ ଅଭିଯୋଗ । ଏଥିସହ ୬ଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ନୋଏଡ଼ା ଥାନାରେ ମାମଲା ରୁଜୁ କରାଯାଇଛି । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀଙ୍କ ହିଂସାଙ୍କୁ ନେଇ ମିଛି ଖବର ପ୍ରଚାର ଓ ଘୃଣାଭାବ ସୃଷ୍ଟି କରିବା ଅଭିଯୋଗକୁ ନେଇ ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୋଧରେ ଦେଶଦ୍ରୋହ,ଅପରାଧିକ ଷଡ଼ଯନ୍ତ୍ର ଓ ଶତ୍ରୃତାକୁ ପୋସôାହିତ କରୁଥିବା ନେଇ ମାମଲା ରୁଜୁ କରାଯାଇଛି । ନୋଏଡ଼ାର ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ପୁଲିସ ଏହି ୭ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ସେ ଅଭିଯୋଗ କରିଛନ୍ତି ଦିଲ୍ଲୀ ପୁଲିସର ଗୁଳିରେ ଜଣେ ଚାଷୀଙ୍କର ମୃତୁ୍ୟ ହୋଇଥିବା ନେଇ ସାଂସଦ ଶ୍ରୀ ଥରୁର ଓ ଏହି ସାମ୍ବାଦିକ ଖବର ପ୍ରଚାର କରିଥିଲେ । ସେମାନେ ସୋସିଆଲ ମଡ଼ିଆରେ ମଧ୍ୟ ଏନେଇ ପୋଷ୍ଟ କରିଥିଲେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0