spot_img

ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ

ତେଲକୋଇ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଟୁଙ୍ଗୁରୁବାହାଳ ଗାଁ ମୁଣ୍ଡାସାହି ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ବେଲ ମୁଣ୍ଡା । ଗୁରୁବାର ଦିନ ୧୨ଟା ସମୟରୁ ବେଲ ମୁଣ୍ଡା ନିଖୋଜ ଥିବା ପରିବାର ପକ୍ଷରୁ କୁହାଯାଉଥିବା ବେଳେ ଶୁକ୍ରବାର ସକାଳୁ ପାଣିରେ ଶବ ଭାସୁଥିବା ଦେଖିବାକୁ ମିଳିଥିଲା ।

ଏ ସମ୍ପର୍କରେ ତେଲକୋଇ ଥାନାକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଥିଲା । ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରାଯାଉଛି ।

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular