କୋରାପୁଟ : ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ ଗଲେ ଜଣେ କନେଷ୍ଟବଳ ଓ ଜଣେ ହାବିଲଦାର । ଗିରଫ ଅଭିଯୁକ୍ତ ହେଲେ ହାବିଲଦାର ବିଶ୍ବନାଥ ପରିଜା ଓ କନେଷ୍ଟବଳ ନରେନ୍ଦ୍ର ବଡ ନାୟକ । ଏମାନଙ୍କ ସହ ଜଣେ ବିଟେକ ଛାତ୍ରକୁ ବି ଗିରଫ କରିଛି ଜୟପୁର ସଦର ପୋଲିସ।କୋରାପୁଟ ଜିଲ୍ଲା ଦେଇ ବିହାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ୨୬୯ କେଜି ଗେଞ୍ଜଇ ଜବତ କରିଥିଲା ସଦର ଥାନା ପୁଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ବୋଲି ଜଣାପଡିଛି । ପୁଲିସକୁ ଦେଖି ଭ୍ୟାନର ଡ୍ରାଇଭର ଓ ହେଲପର ଫେରାର ହୋଇଥିବା ଜଣାଯାଇଛି। ପୋଲିସ ୬ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କାର, ୩ଟି ବାଇକ ଓ ୬ଟି ମୋବାଇଲ ଜବତ କରିଛି।



Visitors Today : 0
Total Visitors : 130310
Total Views : 9891813
Visitors Online Now : 0