କଟକ : ଜଣେ ୭୫ ବର୍ଷୀୟ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁରେ ୭ ଜଣ ମହିଳା ବିଧବା ହୋଇଛନ୍ତି। ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ନେପାଳ ନାୟକ ପୂର୍ବରୁ ୬ ଜଣ ମହିଳାଙ୍କୁ ବିବାହ କରିଥିଲେ। ୭ମ ଥର ଆଉ ଜଣେ ମହିଳାଙ୍କୁ ବିବାହ କରିବା ପରେ ପରିବାର ଭିତରେ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦକୁ କେନ୍ଦ୍ରକରି ବୃଦ୍ଧ ସୋମବାର ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିବା ଭଳି ଘଟଣା ବିଡାନାସୀ ତଅଁଳା ସାହିରେ ଚର୍ଚ୍ଚା ସୃଷ୍ଟି କରିଛି। ବିଡାନାସୀ ତଅଁଳା ସାହିର ନେପାଳ ୬ ଜଣଙ୍କୁ ବିବାହ କରି ସେହି ସାହିରେ ରଖିଥିଲେ। ଗଲା ଏକ ମାସ ତଳେ ସେହି ସାହିର ଜଣେ ବିଧବା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ି କେଉଁଆଡ଼େ ଚାଲି ଯାଇଥିଲେ। ନିକଟରେ ଘରକୁ ଫେରିବା ପରେ ବିବାହକୁ କେନ୍ଦ୍ରକରି ଘରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଆଜି ଏହି ଘଟଣାକୁ କେନ୍ଦ୍ରକରି ଅପରାହ୍ନ ପ୍ରାୟ ୪ଟା ବେଳେ ନେପାଳ ଘର ଭିତର ପଟୁ କବାଟ ବନ୍ଦ କରି ବେକରେ ଓଢ଼ଣୀ ଗୁଡ଼ାଇ ଆତ୍ମହତ୍ୟା କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ପ୍ରଥମ ସ୍ତ୍ରୀର ପୁଅ ମିଟୁ ନାୟକ ବିଡାନାସୀ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଶବ ଉଦ୍ଧାର କରି ବଡ଼ ମେଡିକାଲ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0