spot_img

ଆଉନାହାନ୍ତି ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ୱର: ରୂପେଲି ପରଦାର ରିଅଲ୍ ହିରୋ । କେବେ ବାପା ତ କେବେ ଜେଜେବାପା । ସମସ୍ତଙ୍କର ପ୍ରିୟ ଏବଂ ଅତିଆପଣାର ବିଜୟ ମହାନ୍ତି ଆଉନାହାଁନ୍ତି । କିଛିଦିନ ହେଲା ସେ ହୃଦଘାତ ସମସ୍ୟା ସହ ଡାଏବେଟିସରେ ପୀଡ଼ିତ ଥିଲେ । ୭୦ ବର୍ଷ ବୟସଙ୍କ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ତାଙ୍କର ପର ଲୋକ ହୋଇଛି ।

mahantii

ଦୀର୍ଘ ଦିନ ହେବସେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଥିଲେ । ନିକଟରେ ଝିଅ ପାଖକୁ ହାଇଦ୍ରାବାଦ ଯାଇଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ସେଠାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଅଣାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ପୁଣି ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ବିଜୟ ମହାନ୍ତି ୧୯୫୦ ମସିହା ଅପ୍ରେଲ ୮ତାରିଖ କେନ୍ଦ୍ରାପଡା ଜିଲ୍ଲା ପାଣ୍ଡିରି ଘାଁ ରେ ଜନ୍ମ ନେଇଥିଲେ । ୧୯୭୭ ମସିହାରେ ସେ ଚିଲିକା ତୀରେ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ବ କରି ବର୍ତ୍ତମାନ ସୁଦ୍ଧା ୧୮୦ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଗୋଟିଏ ଓଡିଆ କଥାଚିତ୍ରର ନିଦେ୍ର୍ଦଶନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular