ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହିକ୍ରମରେ ଆଜି ରାଜଧାନୀ ଦିଲ୍ଲୀରୁ ଆଉ ୧୦ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ଧରି ୪ ଜଣ ଲେଖାଏ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଏକାଥରେ ୧୦ ଜଣ ସଂକ୍ରମିତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଛୁଇଁଛି।ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କରିଛନ୍ତି, ଆଜି ଦିଲ୍ଲୀରେ ୧୦ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୦ ଜଣ କରୋନା ଆକ୍ରାନ୍ତଙ୍କ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୦ ଜଣ ଓମିକ୍ରନ ଭାରିଏଣ୍ଟରେ ସଂକ୍ରିମତ ହୋଇଥିବା ଜଣାପଡ଼ିଛି।ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ତେବେ ୨୦ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଆଉ ୧୦ ଜଣ ଏଲଏନଜେପିରେ ଚିକିତ୍ସିତ ହେଉଛନ୍ତି। ଅଧିକାଂଶ ବିଦେଶ ଫେରନ୍ତା କରୋନା ଆକ୍ରାନ୍ତ ହେଉଥିବା ସେ କହିଛନ୍ତି।ଦେଶ କଥା ବିଚାରକୁ ନେଲେ ମହାରାଷ୍ଟ୍ରରେ ସର୍ବାଧିକ ୩୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରେ ୧୭ ଜଣ ସଂକ୍ରମିତ ଠାବ ହୋଇଛନ୍ତି। ଗୁରୁବାର କର୍ଣ୍ଣାଟକାରେ ଆଉ ୫ ଜଣ ଓମିକ୍ରନରେ ଆକ୍ରାନ୍ତ ହେବାରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮କୁ ବଢ଼ିଛି। ଏହାବାଦ ଆନ୍ଧ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ତାମିଲନାଡୁରୁ ମଧ୍ୟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0