spot_img

ହାଇକୋର୍ଟ ସମ୍ମୁଖରେ ପରିବା ବିକିଲେ ଆଇନଜୀବୀ

୩ ମାସରୁ ଅଧିକ ହେଲାଣି ଅଦାଲତ ଏକପ୍ରକାର ବନ୍ଦ କହିଲେ ଚଳେ । ନିୟମିତ କାମ ନାହିଁ । ଘରଭଡ଼ା ଦେବାକୁ ଟଙ୍କା ନାହିଁ କି ପରିବାର ଚଳାଇବାକୁ ବି ସମ୍ବଳ ନାହିଁ । ସହାୟତା ମିଳିବ ବୋଲି କୁହାଯାଇ ଥିଲେ ବି ଟଙ୍କାଟିଏ ବି ସହାୟତା ମିଳିନାହିଁ । ଏଭଳି ସ୍ଥିତିରେ ପରିବା ବିକିବା ଛଡା ଅନ୍ୟ ବାଟ ନାହିଁ । ଏଭଳି ମନ୍ତବ୍ୟ ରଖି ଆଜି ଓଡ଼ିଶା ହାଇକୋର୍ଟ ସମ୍ମୁଖ ରାସ୍ତାରେ ୩ ଜଣ ଆଇନଜୀବୀ ପରିବା ବିକ୍ରି କରି ଅଭିନବ ପ୍ରତିବାଦ ଜଣାଇଛନ୍ତି । ପରିବା ବିକ୍ରି କରୁଥିବା ଆଇନଜୀବୀ ସପନ କୁମାର ପାଳ କହିଛନ୍ତି ଯେ, ଅଦାଲତ ବନ୍ଦ ଥିବାବେଳେ କେବଳ ଓକିଲାତି ପେସାରୁ ରୋଜଗାର କରୁଥିବା ଆଇନଜୀବୀମାନେ ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ୧୦/୧୫ ବର୍ଷ ଓକିଲାତି କରିଥିବା ବହୁ ଆଇନଜୀବୀଙ୍କ ନିକଟରେ ଏବେ ଘର ଭଡ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଟଙ୍କା ନାହିଁ। ଗତ ଏପ୍ରିଲ ମାସରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସହାୟତା ଆବଶ୍ୟକ କରୁଥିବା ଆଇନଜୀବୀଙ୍କୁ ଆର୍ଥିକ ସହାଯ୍ୟ ପ୍ରଦାନ କରାଯିବା ବୋଲି କୁହାଯାଇଥିଲା । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନଜୀବୀମାନେ ଦରଖାସ୍ତ ଫର୍ମରେ ସହାୟତା ପାଇଁ ଆବେଦନ କରିଥିଲେ । କିନ୍ତୁ ଏପ୍ରିଲରୁ ଜୁଲାଇ ମାସ ହେଲାଣି ସହାୟତା କିଛି ମିଳିଲା ନାହିଁ । କେବେ ମିଳିବ ବୋଲି ମଧ୍ୟ କିଛି ପରିଷଦ ପକ୍ଷରୁ ସ୍ପଷ୍ଟ କରାଗଲା ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବର୍ଗର ନାଗରିକ ଓ ପେସାଦାରଙ୍କ ପାଇଁ ସହାୟତା ପ୍ରଦାନ କରାଯାଉଥିବାବେଳେ ଆଇନଜୀବୀଙ୍କୁ କିନ୍ତୁ କିଛି ସହାୟତା ଦିଆଯାଉନାହିଁ। ତାମିଲନାଡୁ ଓ ଅନ୍ୟ ରାଜ୍ୟରେ ଆଇନଜୀବୀଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ଦିଆଯାଇଛି

LEAVE A REPLY

Please enter your comment!
Please enter your name here

- Advertisment -

Most Popular