କରଞ୍ଜିଆ : କରଞ୍ଜିଆରେ ଗାଁ ଭିତରେ ପଶିଛନ୍ତି ୯ଟିକିଆ ଝାଡ଼ଖଣ୍ଡି ହାତୀପଲ। ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଦୁଧିଆଣି ରେଞ୍ଜ କିଆ ଗାଁର ଦୁର୍ବାସା ମହାନ୍ତ। ଗତିକିଛି ଦିନ ହେଲା ଗାଁରେ ୯ଟିକିଆ ଝାଡଖଣ୍ଡି ହାତୀପଲ ଉପଦ୍ରବ ଜାରି ରହିଛି। ଗତକାଲି ରାତିରେ ହାତୀପଲ ଗାଁ ଭିତରକୁ ପଶି ଯାଇଥିବା ବେଳେ ଦୁର୍ବାସା ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ଆକ୍ରମଣରେ ଦୁର୍ବାସା ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଉଦ୍ୟମ ଜାରି ରହିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0