ଭଦ୍ରକ : ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ସଡ଼କ ସୁରକ୍ଷା ମାସ ଅବସରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।
ସଡକ ସୁରକ୍ଷା ସପ୍ତାହ ଅବସରରେ ଭଦ୍ରକ ଜିଲ୍ଲା ପୋଲିସ ସମେତ ବିଭିନ୍ନ ସଂଗଠନ ମଧ୍ୟ ସଚେତନ କରୁଛନ୍ତି । ଭଦ୍ରକ ଜିଲ୍ଲା ଧୁଷୁରୀ ଓ ବେତାଳିଗାଁ ବଜାରରେ ସଡ଼କ ସୁରକ୍ଷା ଅଭିଯାନ ଆୟୋଜିତ ହୋଇଛି । ଧୁଷୁରୀ ପୋଲିସ , ଭଦ୍ରକ ପରିବହନ ବିଭାଗ ଓ ଧୁଷୁରୀ ଆଞ୍ଚଳିକ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇ ଚକିଆ ଗାଡି ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବାକୁ କୁହାଯାଇଛି । ଏପିରକି ଚାରି ଚକିଆ ଯାନ ଚାଳକ ସମେତ ବସିଥିବା ଲୋକ ବେଲ୍ଟ ପିନ୍ଧିବାକୁ ଅନୁରୋଧ କରାଯାଉଛି । ଏହି ଅବସରରେ ଅମାନିଆଙ୍କୁ ଗୋଲାପ ଫୁଲ ଏବଂ ଚକଲେଟ ଦେଇ ସଚେତନତା କରାଯାଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0