ବାଲେଶ୍ୱର : ବାହାନଗା ବ୍ଲକ ଖନ୍ତାପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଏକ ଅଭାବନୀୟ ଘଟଣାକ୍ରମେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବାର ଜଣାପଡିଛି। ସୂଚନା ମୁତାବକ ହସ୍ପିଟାଲରେ ବନ୍ଦ ରହିଥିବା ଏକ ଅସ୍ତ୍ରୋପଚାର ଗୃହ ଭିତରୁ ଦିନ ୧୧.୫୦ ସମୟରେ ଧୂଆଁ ବାହାରୁଥିବାର ହସ୍ପିଟାଲ ଫାର୍ମାସିଷ୍ଟ ବିଭୁଦତ୍ତ ମହାପାତ୍ର ଓ ଲ୍ୟାବ୍ ଟେକ୍ନିସିଆନ ଅନନ୍ତ କୁମାର ପ୍ରଧାନ ଦେଖିବାକୁ ପାଇଥିଲେ। ତୁରନ୍ତ ଡାକ୍ତର ଧୀରେଶ କୁମାର ଷଡ଼ଙ୍ଗୀଙ୍କୁ ଜଣାଇ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ। ଡାକ୍ତର ଶ୍ରୀ ଷଡ଼ଙ୍ଗୀଙ୍କ ଠାରୁ ଖବର ପାଇ ବାହାନଗା ଅଗ୍ନିଶମ ବାହିନୀ ହସ୍ପିଟାଲ ପରିସରରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ଗୃହରେ ଲାଗିଥିବା ଏସିରୁ ସଟସର୍କିଟ ହୋଇ ନିଆଁ ଲାଗିଥିବାର ଜଣାପଡିଛି। ତେବେ ଗୃହଟି ବନ୍ଦ ରହିଥିବାରୁ ନିଆଁ ଲାଗି ଗୃହଟି ନଷ୍ଟ ହୋଇଥିଲେବି ଅଳ୍ପକେ ଧନଜୀବନ ରକ୍ଷା ପାଇଯାଇଥିବାର ଜଣାପଡିଛି



Visitors Today : 1
Total Visitors : 130423
Total Views : 9891953
Visitors Online Now : 0