ସାଲେପୁର: ସାଲେପୁର ଟାଙ୍ଗୀ ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଶାଶୁଘରେ କିରୋସିନି ଢ଼ାଳି ହତ୍ୟା ଉଦ୍ୟମ କରିଥିବା ଅଭାଭବନୀୟ ଘଟଣା ସାମ୍ନାକୁ ଆସିଛି । ଏଥିରେ ପୋଲିସ ଅଭିଯୁକ୍ତ ଶ୍ୱଶୂର ଓ ନଣନ୍ଦଙ୍କୁ ଅଟକ ରଖିଛି । ବିବାହିତା ମହିଳା ପୋଡି ହୋଇ ଘରୁ ବାହାରି କୂଅ ମୂଳେ ପଡି ଚିତ୍କାର କରିବାପରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ ଭିକାରୀ ଜେନାଙ୍କ ପରିବାର ସହିତ ସାହିର କୌଣସି ବ୍ୟକ୍ତିଙ୍କ ପଡୁ ନଥିଲା । ସେହି ସାହିର ଭିକାରୀ ଜେନାଙ୍କ ସାନପୁଅ ଅଜୟ ଜେନା ୫ ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲାର ଲିଜା ଜେନାଙ୍କୁ ପ୍ରେମ ବିବାହ କରିଥିଲେ। ଏହି ବିବାହରେ ପରିବାର ଲୋକଙ୍କର କୌଣସି ସହମତି ନଥିବାବେଳେ ଘର ଭିତରେ ବଡଭାଇ ସଞ୍ଜୟ ଜେନା ଓ ତାଙ୍କ ସ୍ତ୍ରୀ ତନୁ ଜେନା ଓ ତାଙ୍କ ସାନ ଭ୍ଉଣୀ ରସ୍ମିତା ଜେନା ମିଳିତ ହୋଇ ଲିଜା ଜେନା ଓ ଅଜୟ ଜେନାକୁ ବାରମ୍ବାର ଆକ୍ଷେପ କରିବା ସହିତ କଳି ଝଗଡା କରୁଥିଲେ ।
ଗ୍ରାମବାସୀ କହିବା ଅନୁଯାୟୀ ଆଜି ସକାଳେ ଦୁଇ ଭାଇଙ୍କ ମଧ୍ୟରେ ମାରପିଟ ହୋଇଲା । ମଧ୍ୟାନ୍ନରେ ଅଜୟ ଘରେ ନଥିବା ସମୟରେ ତାଙ୍କ ସ୍ତ୍ରୀ ଲିଜା ଜେନା ଘର ମଧ୍ୟରୁ ଜଳନ୍ତା ଅବସ୍ଥାରେ ଚିତ୍କାର କରି ବାହାରି କୂଅମୂଳେ ଆସି ନିଜେ ପାଣି ଢାଳି ପଡିଯାଇଥିଲେ। ପଡିବା ସମୟରେ ବାରମ୍ବାର ଚିତ୍କାର କରୁଥିଲେ। ଚିତ୍କାର ଶୁଣି ସ୍ୱାମୀ ଅଜୟ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଟାଙ୍ଗୀ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧାପୋଡା ଅବସ୍ଥାରେ ପଡିଥିବା ଲିଜାକୁ ୧୦୮ ସହାୟତାରେ କଟକବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲା। ପୋଲିସ ଅଜୟଙ୍କ ବାପା ଭିକାରୀ ଜେନା ଓ ତାଙ୍କ ଭଉଣୀ ରଶ୍ମିତା ଜେନାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଅଘଟଣ ଘଟାଇ ସଞ୍ଜୟ ଜେନା ଓ ତାଙ୍କ ସ୍ତ୍ରୀ ତନୁ ଜେନା ଫେରାର ହୋଇଯାଇଥିବା ଜଣାପଡ଼ିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0