ପୁରୀ: ଆଜିଠୁ ଜଗାର ଦର୍ଶନ ପାଇବେ ପୁରୀ ବାସିନ୍ଦା । ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀ ବାସିନ୍ଦା। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ ସୁରୁଖୁରୁରେ ହେବା ନେଇ ସିଂହଦ୍ୱାର ସମ୍ମୁଖରେ ପୋଲିସ ପକ୍ଷରୁ ମକ୍ଡ୍ରିଲ୍ ସହ କୋଭିଡ ଗାଇଡ୍ ଲାଇନ୍ ପାଳନ କରାଯାଇଛି । ଏସ୍ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୯ ଇନ୍ସପେକ୍ଟର ମୁତୟନ ରହିବେ। ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ ହୋଇଛି । କିଓସ୍କରେ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଦେଖି ଭକ୍ତଙ୍କୁ ଛଡ଼ାଯିବ । କିଓସ୍କଗୁଡ଼ିକରେ ପୋଲିସ ମୁତୟନ ରହି ଲୋକଙ୍କୁ ସହଯୋଗ କରିବେ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ କହିଛନ୍ତି । ଆଜିଠୁ ୩୧ ଯାଏଁ ପୁରୀବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ୨/୩/୬/୯/ ୧୧/୧୨/ ୧୫ ନମ୍ବର ଓ୍ୱାର୍ଡ ବାସୀ ଦର୍ଶନ କରିବେ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0