spot_img

ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବ ମା’ ବିରଜା ମନ୍ଦିର

ଯାଜପୁର: ଭକ୍ତଙ୍କୁ ଦର୍ଶନ ଦେବେ ଯାଜପୁର ଅଧଷ୍ଠାତ୍ରୀ ଦେବୀ ମା’ ବିରଜା । କରୋନା କଟକଣା ପାଇଁ ଦୀର୍ଘଦିନ ହେବ ମନ୍ଦିର ବନ୍ଦ ଥିଲା । ଆସନ୍ତା ୨୭ ତାରିଖରେ ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ମନ୍ଦିରର ସକାଳ ଧୂପ ପରେ ସାଧାରଣ ଦର୍ଶନ ଆରମ୍ଭ ହେବ । ମାତ୍ର ସଂନ୍ଧ୍ୟା ଆଳତୀ ପୂର୍ବରୁ ଶେଷ ହେବ ସାଧାରଣ ଦର୍ଶନ । ଯଜ୍ଞ ମଣ୍ଡପରୁ ମା’ଙ୍କୁ ଦର୍ଶନ କରିବେ ଭକ୍ତ । ହେଲେ ମନ୍ଦିର ମଧ୍ୟରେ ହୋଇପାରିବ ନାହିଁ ବିବାହ କାର୍ଯ୍ୟ କିନ୍ତୁ ପିଣ୍ଡ ତର୍ପଣ କରାଯାଇପାରିବ । ଏନେଇ ଜିଲ୍ଲାପ୍ରଶାସନ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular